କେନ୍ଦ୍ର ଷ୍ଟାଫ ସିଲେକ୍ସନ କମିଶନ ତରଫରୁ 1700 ପଦ ପାଇଁ ଆବେଦନ ଆରମ୍ଭ: ଜାଣନ୍ତୁ ଶେଷ ତାରିଖ

Tags

ଷ୍ଟାଫ ସିଲେକ୍ସନ କମିଶନ (ଏସଏସସି) ପକ୍ଷରୁ ପ୍ରାୟ 1700ଟି ଷ୍ଟେନୋଗ୍ରାଫର ଗ୍ରେଡ-ସି ଓ ଡି ପରୀକ୍ଷା-2019 ପାଇଁ ନୋଟିଫିକେଶନ ଜାରି ହୋଇଛି । ଆବେଦନକାରୀ ssc.nic.in ୱେବସାଇଟକୁ ଯାଇ ନୋଟିଫିକେସନ ଦେଖିବା ସହ ସେଠାରେ ହିଁ ନାମ ପଂଜୀକରଣ କରିପାରିବେ ।

ଆବେଦନ ତାରିଖ
ସେପ୍ଟେମ୍ବର 20 ତାରିଖରୁ ଉଭୟ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର 18 ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ । ଅକ୍ଟୋବର 20 ତାରିଖ ସୁଦ୍ଧା ଆବେଦନ ଶୁଳ୍କ ପଇଠ କରିବାକୁ ପଡିବ । ଅକ୍ଟୋବର 22କୁ ବ୍ୟାଙ୍କ ଚାଲାଣ କାଟିବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।

ପରୀକ୍ଷା ତାରିଖ
ଆସନ୍ତା ବର୍ଷ ମେ 5 ରୁ ମେ 7 ମଧ୍ୟରେ ଏହି ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ ।

ପଦ ସଂଖ୍ୟା
ଷ୍ଟେନୋଗ୍ରାଫର ଗ୍ରେଡ-ଡିର 1286 ପଦ ପାଇଁ ପରୀକ୍ଷା ହେବ । ସେହିପରି ଗ୍ରେଡ-ସିର 429ଟି ପଦ ପାଇଁ ପ୍ରାର୍ଥୀମାନେ ପରୀକ୍ଷା ଦେବେ ।

ଯୋଗ୍ୟତା
ଆବେଦନକାରୀ କୌଣସି ମାନ୍ୟତା ପ୍ରାପ୍ତ ଅନୁଷ୍ଠାନରୁ ଯୁକ୍ତ ଦୁଇ କିମ୍ବା ସମାନ କୋର୍ସରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏଥିସହ ଗ୍ରେଡ ସି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ 1 ଜାନୁୟାରୀ 2020 ସୁଦ୍ଧା ଅତିକମରେ 18 ଏବଂ ଅତିବେଶୀରେ 30 ବର୍ଷ ହେବା ଜରୁରୀ ।

ସେହିପରି ଗ୍ରେଡ-ଡି ପ୍ରାର୍ଥୀଙ୍କ ବୟସ 1 ଜାନୁୟାରୀ 2020 ସୁଦ୍ଧା 18ରୁ 27 ବର୍ଷ ବୟସ ହେବା ଆବଶ୍ୟକ । ତେବେ ଏସସି, ଏସଟି, ଭିନ୍ନକ୍ଷମ ଓ ଅନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କ ପାଇଁ ଏଡି ବୟସ ସୀମା କୋହଳ କରାଯାଇଛି ।

ଆବେଦନ ଶୁଳ୍କ
ପରୀକ୍ଷାର୍ଥୀ ମାନେ ଏହି ପରୀକ୍ଷା ପାଇଁ ଶହେ ଟଙ୍କା ବ୍ୟାଙ୍କ ଚାଲାଣ କାଟିବେ । ହେଲେ ଏସସି, ଏସଟି, ପିଡବ୍ଲ୍ୟୁଡି, ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଚୟନ ପ୍ରକ୍ରିୟା
ଏହି ପଦ ପାଇଁ ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡିବ । ପରେ ସ୍କିଲ ଟେଷ୍ଟ କରାଯିବ । ଉଭୟ ଲିଖିତ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ ରେଜଲ୍ଟ ଅନୁସାରେ କୃତୀ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

This Is The Newest Post